ଭୁବନେଶ୍ୱର : ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବ ପୁନର୍ବିଚାର ପ୍ରସଙ୍ଗ । ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇବା ଆବଶ୍ୟକତା ନ ଥିଲା । କ୍ୟାବିନେଟ ଚାହିଁଥିଲେ ସେହି ପ୍ରସ୍ତାବ ପ୍ରତ୍ୟାହାର କରିପାରି ଥାନ୍ତା । କେବଳ ସ୍ଥିତିକୁ ଗୋଳମାଳିଆ କରିବାକୁ ଉଦ୍ୟମ କରାଯାଉଛି ।
ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିସ । ୧୪ରେ ଆଦିବାସୀ ଆଇନରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା । ବିବାଦ ପରେ ୧୬ ତାରିଖରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା । ନିଷ୍ପତ୍ତି ସ୍ଥଗିତ ସତ୍ତ୍ୱେ ବିରୋଧୀଙ୍କ ବିରୋଧ ଜାରି ରହିଥିଲା । ସେହିପରି ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି । ଆଜି କ୍ୟାବିନେଟ୍ ରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।
Views: 80