ଭୁବନେଶ୍ୱର : ପାଣ୍ଡିଆନଙ୍କୁ ବିଜେଡି ସୁପ୍ରିମୋ କ୍ଲିନଚିଟ ଦେବା ପ୍ରସଙ୍ଗ । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବଡ ବୟାନ । ପାଣ୍ଡିଆନଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନିଜେ ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର । ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁ ନାହାନ୍ତି । ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ କୁହନ୍ତି । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି କହୁଛନ୍ତି । ନବୀନ ବାବୁ କାହିଁକି ତାଙ୍କୁ ଛାଡିପାରୁନାହାନ୍ତି । ଏବେ ବି ଦଳରେ ତାଙ୍କର ଦବଦବା ରହିଛି । ପାଣ୍ଡିଆନ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଖୋଲାଖୋଲି ଆହ୍ବାନ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗଣମାଧ୍ୟମ ଆଗରେ ନବୀନଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ନବୀନ କହିବା ପରେ ପ୍ରଭାତ ଜବାବ ରଖି ନବୀନଙ୍କୁ କାଉଣ୍ଟର କରିଥିଲେ । ଯାହାକୁ ନେଇ ରାଜନୀତି ତେଜିଥିଲା ।
ନବୀନ, ପାଣ୍ଡିଆନଙ୍କୁ ପ୍ରଫୁଲ୍ଲଙ୍କ ଚ୍ୟାଲେଞ୍ଜ, କହିଲେ ନିଜେ ପାଣ୍ଡିଆନ ସ୍ପଷ୍ଟ କରନ୍ତୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...