The Ultimate Managed Hosting Platform
ADVERTISEMENT

ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କଲେ ‘ଦମନ’ ଟିମ

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କଲେ ‘ଦମନ’ ଟିମ । ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଗତକାଲି ନବୀନ ନିବାସଠାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।
ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ନବୀନ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଦମନ ଚଳଚିତ୍ରର ମୁଖ୍ୟ କଳାକାର ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ୟ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT