ଯାଜପୁର : ‘ନବୀନ ଓଡିଶା ଯୁବ ଓଡିଶା’ କାର୍ୟ୍ୟକ୍ରମରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣ ଯୋଗୁ କାର୍ୟ୍ୟକ୍ରମ ବାତିଲ ହୋଇଥିବା ସୂଚନା । କାର୍ୟ୍ୟକ୍ରମ ସ୍ଥଳ ଛାଡି ଧାଇଁଲେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ । ଯାଜପୁର ଚଣ୍ଡିଖୋଲ ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ନବୀନ ଓଡିଶା ଯୁବ ଓଡିଶା’ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଅଚାନକ ବାଘୁଆ ମହୁମାଛି ଆକ୍ରମଣ ଯୋଗୁଁ ଏହି କାର୍ୟ୍ୟକ୍ରମକୁ ବାତିଲ କରାଯାଇଛି । କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସ୍ଥାନୀୟ ବିଧାୟକ ମଧ୍ୟ କାର୍ୟ୍ୟକ୍ରମ ସ୍ଥଳରୁ ପଳାଇଥିଲେ ।
Views: 96











