ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନଙ୍କ ଭିଡିଓକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ କହିଛନ୍ତି ନା ଏଆଇ । ପ୍ରଶ୍ନ ପଚାରିଲେ ସମୀର ମହାନ୍ତି । ଯଦି ନବୀନ ବାବୁ କହୁଥାନ୍ତି , ତା ହେଲେ ସଭା ସମିତିରେ ବି କୁହନ୍ତେ । ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ ଲେଖା ପଢି ଦେଉଛନ୍ତି । ନବୀନ ବାବୁଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି । ତାଙ୍କୁ ଯିଏ ରିମୋଟ ଧରି ଚଳାଉଛନ୍ତି , ଏକଥା ସବୁ ଜାଣିଛନ୍ତି । ଏଆଇ ମାଧ୍ୟମରେ ହେଉଛି ,ରତ୍ନ ଭଣ୍ଡାର ଚାବି ହଜିବାରେ ନବୀନ କାହିଁକି ଚୁପ । ତଦନ୍ତ କମିଶନ ରିପୋର୍ଟ କୁଆଡେ ଗଲା ? ଧାନ ଏମଏସପି ନେଇ କାହିଁକି ନୀରବ ।
Views: 68