ଭୁବନେଶ୍ୱର : ଉପସଭାପତି ପଦରୁ ବିଦା ହେବା ପରେ ସୈାମ୍ୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ । ଦଳୀୟ ଚିଠିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ସନେ୍ଦହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ୨ ମିନିଟ ସମୟ ମାଗିଥିଲି । ସମୟ ନ ଦେଇ ପଦରୁ ହଟା ଯାଇଥିବାରୁ ସନେ୍ଦହ ହେଉଛି । ପଦ ହରାଇବା ଉପରେ ମତ ରଖିଲେ ସୈାମ୍ୟ ପଟ୍ଟନାୟକ । କିଛି ହରାଇଲି ବୋଲି ଭାବୁନାହିଁ , ପଦରେ ଥାଇ କଣ କରୁଥିଲି କି । ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କଣ କରନ୍ତିକି ? ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ ।
ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସଭାପତି ଭାବରେ ନବୀନ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଛାଧିନ ବ୍ୟାପାର । ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ । ତେବେ ଏହି ପଦ ହରାଇଲି ବୋଲି କିଛି ହରାଇଲି ବୋଲି ମୋତେ ଲାଗୁନାହିଁ । କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ । ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ । ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି । ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ । ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସେ କହିଛନ୍ତି ।
ନବୀନଙ୍କ ଦସ୍ତଖତ ଅସଲି ନା ନକଲି-ସୈାମ୍ୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...