ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଟାର୍ଗେଟ । ସୋସିଆଲ ମିଡିଆ ‘ଏକ’୍ସ ରେ ପୋଷ୍ଟ କରି ଟାର୍ଗେଟ । ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା । ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡାବାସୀ ପ୍ରସ୍ତୁତ । ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତକତା ହୋଇଛି । ଏହାର ଜବାବ ସୁଭଦ୍ରା ଭଉଣୀ ମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ । ନୂଆପଡା ବାସୀ ବିଜେପିଙ୍କୁ ହିଁ ବାଛିବେ , ପଦ୍ମ ଫୁଲରେ ଭୋଟ ଦେବେ । ଏଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ନବୀନ ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲେ, ହେଲେ ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି।
ନବୀନଙ୍କୁ ପ୍ରଭାତୀ ପରିଡାଙ୍କ ଟାର୍ଗେଟ ; କହିଲେ ‘ବିଶ୍ୱାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ’
Facebook
Twitter
LinkedIn
Facebook
Twitter
LinkedIn
Recent News
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...
ନବକଳେବର ହେବ କଲେକ୍ଟରେଟ ବିଲ୍ଡିଂ
ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ...
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ
ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...











