ଭୁବନେଶ୍ୱର : ବିଜେପି ମିଛ କହି କ୍ଷମତାକୁ ଆସିଥିବା ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର । ଗଞ୍ଜାମ ଜିଲ୍ଲାରେ ନବୀନଙ୍କୁ କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୪ ବର୍ଷରେ ଜନ୍ମ ମାଟିରେ ପାଣି ପହଁଚାଇ ପାରି ନାହାନ୍ତି ନବୀନ । ଗଞ୍ଜାମ ଜିଲ୍ଲାରେ ୭-୮ ପ୍ରକଳ୍ପରୁ ୬ଟି କାମ ଅଧପନ୍ତରିଆ । ନଳ ୍ଛି କିନ୍ତୁ ଜଳ ନାହିଁ ସେ ପୁଣି କହୁଛନ୍ତି ବିଜେପି ମିଛ କହୁଛି । ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କୁ କିଏ ଲେଖା ଧରାଇ ଦେଇଥିବ ଓ ସେ ଅଜାଣତରେ ପଢ଼ି ଦେଇଥିବେ। ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ ପୁଣି କହିବେ ବିଜେପି ମିଛ କହୁଛି।
Views: 57











