ନୂଆଦିଲ୍ଲୀ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ ଯାତ୍ରା କରୁଥିବାର ସୂଚନା ମିଳିଛି । ଏନଡିଆରଏଫ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବିହାର ମୁଜଫ୍ପରପୁରରେ ଥିବା ବାଗମତି ନଦୀରେ ଘଟିଯାଇଛି । ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି ।ସୂଚନା ମୁତାବକ ଭଟଗାମା ପିପଲ ଘାଟରୁ ପିଲାମାନେ ସ୍କୁଲ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି । ଘଟଣାକୁ ନେଇ ଜିଲ୍ଲା ଅଧିକାରୀଙ୍କ ତରଫରୁ କୌଣସି ସୂଚନା ମିଳି ପାରି ନାହିଁ । ଡଙ୍ଗାଟି ଏଭଳି ଓଲଟି ପଡ଼ିବ କେହି କେବେ କଳ୍ପନା ମଧ୍ୟ କରି ନଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଡାଇଭର୍ସମାନେ ପିଲାମାନଙ୍କ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତିି । ସେମାନେ ଅନେକ ପିଲାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ଅଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିିଛି । ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ନଦୀରୁ ପିଲାଙ୍କୁ ଉଦ୍ଧାର କରିବାରେ ଡାଇଭର୍ସଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।
ନଦୀ ପାର ହୋଇ ସ୍କୁଲ ଗଲା ବେଳେ ଓଲଟିଲା ଡଙ୍ଗା, ୧୪ ନିଖୋଜ ୨୦ ଉଦ୍ଧାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











