The Ultimate Managed Hosting Platform
ADVERTISEMENT

ନଦୀରେ ବୁଡି ପର୍ଯ୍ୟଟକଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ରାୟଗଡା : ଫଟୋ ଉଠାଇବା ହେଲା କାଳ । ନଦୀରେ ବୁଡି ପର୍ଯ୍ୟଟକଙ୍କର ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦାୟୀ ଘଟଣା ଘଟିଛି ରାୟଗଡାର ନାଗାବଳୀ ନଦୀରେ । ନଦୀର ଗଭୀର ପାଣିରେ ବୁଡି ଆନ୍ଧ୍ରପ୍ରଦେଶର ଜଣେ ପର୍ୟ୍ୟଟକ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା । ବୟସ ମାତ୍ର ୧୮ ବର୍ଷ ହେବ । ଗତକାଲି ବିଜୟୱ।ଡାରୁ ଏକ ପରିବାରର ୧୬ ଜଣ ପର୍ୟ୍ୟଟକ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ମା’ଙ୍କୁ ଦର୍ଶନ କରି ସାରି ଆଜି ସକାଳ ୧୧ଟା ସମୟରେ ଏହି ପର୍ୟ୍ୟଟକମାନେ ମାରିଗୁଡା ଦେଇ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ । ପରିବାର ଲୋକେ ଗାଧେଇବା ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫଟୋ ଉଠାଉଥିଲେ । ତେବେ ନଦୀର ଗଭୀର ସ୍ରୋତରେ ହଠାତ ସାଇ ଭାସିଯାଇଥିଲେ । ପରିବାର ଲୋକେ ପାଖରେ ଥାଇ ବି ବଞ୍ଚାଇ ପାରିଲେନି, ନିରୁପାୟ ହେଇଗଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ମୃତ ସାଇକ୍ରୀଷ୍ଣାକୁ ଉଦ୍ଧାର କରିଥିଲେ । ଯାହାପରେ ପୋଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login