ବଲାଙ୍ଗୀର : ବଲାଙ୍ଗୀରରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାଲ ସାର୍ଟିଫିକେଟ ମାମଲାରେ ୪ ଜଚ୍ଚଙ୍କୁ ବହିଷ୍କାର । ଚାକିରିରୁ ବହିଷ୍କାର କଲେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ । ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର । ବହିଷ୍କୃତ ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିଲେ ।
ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ। ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜଣାପଡ଼ିଥିଲା । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ ।
Views: 95