The Ultimate Managed Hosting Platform
ADVERTISEMENT

ଧାରଣା ବସିଲେ ଅଙ୍ଗନବାଡି କର୍ମୀ

Facebook
Twitter
LinkedIn

ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆଇସିଡିସ କାର୍ଯ୍ୟାଳୟ ଆଗରେ ଚିତ୍ରକୋଣ୍ଡା ବ୍ଲକ ଅଙ୍ଗନବାଡି ସଂଘ ର ସଭାପତି ସୁମତି ଦଳେଇ ଙ୍କ ନେତୃତ୍ୱରେ ସମ୍ପାଦକ ସାବିତ୍ରୀ ଖେମୁଡୁ, ସଭ୍ୟା ସସ୍ମିତା ବେହେରା, ପ୍ରଭାତୀ ରାଉତ, ସନ୍ତୋଷିନୀ ପାଣିଗ୍ରାହୀ, ରେଖା ସାହୁ, ହେମଲତା ଶିଶା ଙ୍କ ପରିଚାଳନା ରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ 188 ଗୋଟି ଅଙ୍ଗନବାଡି କେନ୍ଦ୍ର ର ଅଙ୍ଗନବାଡି କର୍ମି ମାନେ କେନ୍ଦ୍ର ରେ ତାଲା ପକାଇ କାମ ବନ୍ଦ କରି ଗଲା 23 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସାତ ଦିନ ଧରି ଠିକା କର୍ମଚାରୀ ଅଙ୍ଗନବାଡି କର୍ମି ଏବଂ ଅଙ୍ଗନବାଡି ହେଲ୍ପର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଅଠର ହଜାର ଟଙ୍କା ବେତନ, ମିନି ଅଙ୍ଗନବାଡି ଙ୍କୁ ମୁଖ୍ୟ ଅଙ୍ଗନବାଡି ର ମାନ୍ୟତା, ସେବିକା ଙ୍କ ଦରମା ନଅ ହଜାର ଟଙ୍କା ଦାବି ଭଳି ବିଭିର୍ଣ୍ଣ ଦାବି ପ୍ରତିପାଦରେ ନିଜ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇ ପୋଷ୍ଟର ବ୍ୟାନର ବିଭିର୍ଣ୍ଣ ନାରାବାଦୀ ସ୍ଲୋଗାନ ଦେଇ ଧାରଣାରେ ବସିଛନ୍ତି ଆଜି ରାତି ସମୟରେ ହାଡ ଭଙ୍ଗା ଶୀତ କାକରରେ ଅଙ୍ଗନବାଡି କର୍ମି ମାନେ ମଧ୍ୟ ସେମାନଙ୍କ ଦାବି ପୂରଣ ନେଇ କାର୍ଯ୍ୟାଳୟ ଆଗରେ ସେମାନ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି l ଅଙ୍ଗନବାଡି କର୍ମି ଙ୍କ କେନ୍ଦ୍ରରେ ତାଲା ବନ୍ଦ ଯୋଗୁ ଶିଶୁ, ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା,ପୃଷ୍ଟି ହୀନତା ମାନଙ୍କ ଖାଦ୍ୟ ଯୋଗାଣ ରେ ବାଧାପ୍ରାପ୍ତ ହୋଇଛି, ଛୋଟ ପିଲା ମାନେ ମଧ୍ୟ ପ୍ରାକ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି l ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଅନିରିଦ୍ଧିଷ୍ଟ ପର୍ଯ୍ୟନ୍ତ କାମ ବନ୍ଦ କରି ଧାରଣା ବସି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login