ବାଂଶପାଳ : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜୀବନ । ଧାନ ଫସଲ ଜଗିଥିଲେ । ଆକ୍ରମଣ କଲା ହାତୀ । ଆଉ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ଗ୍ରାମର ଚକ୍ରଧର ମହାରଣା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକନା ପଞ୍ଚାୟତ ରୁଗୁଡିହି ଗାଁରେ ଘଟିଛି ଘଟଣା ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୩୯ ଟିକିଆ ହାତୀପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ରଶିଥିଲେ । ଫସଲ ରକ୍ଷା ପାଇଁ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।
Views: 61











