The Ultimate Managed Hosting Platform
ADVERTISEMENT

ଧରାପଡ଼ିଲେ ଚନ୍ଦନ କାଠ ଚୋର, ୪ ଗିରଫ, କାଠ ଓ ବାଇକ୍ ଜବତ

Facebook
Twitter
LinkedIn

ବାଲିଗୁଡ଼ା : ଚନ୍ଦନ କାଠ କାଟିନେବା ବେଳେ ଧରାପଡ଼ିଲେ ଚୋର । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ କାଟି ନେଉଥିବା ବେଳେ ଧରାପଡ଼ିଛନ୍ତି ଚାରି ଜଣ ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ସେ ଚାରି ଜଣ ହେଲେ ରାଇକିଆ ଥାନାର ସିସାପାଙ୍ଗା ଗ୍ରାମର ଅଭୟ ଦିଗାଲ (୨୧),ଜଗନ ପ୍ରଧାନ (୨୨) ଲାମ୍ବୁଙ୍ଗିଆ ଗ୍ରାମର ନାରାୟଣ ପ୍ରଧାନ (୩୭) ଓ ଆଦିତ୍ୟ ନାୟକ (୨୧) ବୋଲି ଜଣାପଡିଛି । ଚୋର କାଟିଥିବା ଚନ୍ଦନ କାଠ ନେବା ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରିଥିଲେ। ସେଠାକାର ଗ୍ରାମ ରକ୍ଷୀ ସାରଙ୍ଗଡ ଥାନାକୁ ଖବର ଦେଇଥିଲେ। ଖବର ପାଇଁ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ, ଝଓ କୃଷ୍ଣ ଚନ୍ଦ୍ର ଗୈାଡ, ଇଝଓ ଜି. ଗଣପତି ରେଡି ଓ କେଶବ ଭାଦ୍ରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ କାଠ ଓ ବାଇକ ଜବତ କରିଥିଲେ।

ତେବେ ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଦୁବୃର୍ତ୍ତ ମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ନାମରେ ଓଚଉ ଧାରା ୩୭୯/ ୩୪ ଲଗାଇ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

Login