The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ସ୍ୱାମୀଠୁ ଭରଣପୋଷଣ ଦାବି କରିପାରିବେ ପତ୍ନୀ : ସୁପ୍ରିମକୋର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ରହି ଦ୍ବିତୀୟ ବିବାହ କରିଥିବା ଜଣେ ପତ୍ନୀ ଦ୍ବିତୀୟ ସ୍ବାମୀଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ରହିବା ପରେ ଯଦି ତାଙ୍କ ସହ ଆଇନଗତ ମାମଲାର ଫଇସଲା ହୋଇ ନଥାଏ ଏବଂ ପରେ ପରେ ବିବାହ କରିଥିବା ଦ୍ବିତୀୟ ସ୍ବାମୀଙ୍କ ଠାରୁ ମଧ୍ୟ ଅଲଗା ହେବାକୁ ପଡ଼େ ତେବେ ଦ୍ବିତୀୟ ସ୍ବାମୀଙ୍କ ଠାରୁ ପତ୍ନୀ ଭରଣପୋଷଣ ଦାବି କରିପାରିବେ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ଅବସରରେ କହିଛନ୍ତି। ତେଲଙ୍ଗାନାର ଏକ ବିବାହ ବିଛେଦ ଘଟଣାରେ ପ୍ରଥମ ସ୍ବାମୀଙ୍କ ସହ ଚାଲିଥିବା ଆଇନଗତ ଲଢେଇ ସରି ନଥିଲା ବେଳେ ଦ୍ବିତୀୟ ସ୍ବାମୀଙ୍କ ଠାରୁ ଜଣେ ପତ୍ନୀ ଭରଣପୋଷଣ ଦାବି କରିଥିଲେ। କିନ୍ତୁ ଦ୍ବିତୀୟ ସ୍ବାମୀଙ୍କ ଠାରୁ ପତ୍ନୀ ଜଣକ ଭରଣପୋଷଣ ଦାବି କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏହାକୁ ମହିଳା ଜଣକ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login