The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ଦିନରେ ଶିକ୍ଷକଙ୍କ ଆନେ୍ଦାଳନ, ଦୀପ ଜାଳି ପ୍ରତିବାଦ

Facebook
Twitter
LinkedIn

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଶିକ୍ଷକଙ୍କ ଆନେ୍ଦାଳନ । ସ୍ଥାୟୀ ଚାକିରୀ ସାଙ୍ଗକୁ ୪୨୦୦ ଗ୍ରେଡ ପେ ଦାବିରେ ରାଜରାସ୍ତାରେ ଦୀପ ଜାଳି ପ୍ରତିବାଦ କରିଛନ୍ତି ଶିକ୍ଷକ । ତେବେ ଗତକାଲି ଠାରୁ ଆଜିପର୍ୟ୍ୟନ୍ତ ଅହୋରାତ୍ର ଧାରଣା ଦେବାପରେ ମଧ୍ୟ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇନାହିଁ। ଅନ୍ୟାନ୍ୟ ରାଜ୍ୟ ମାନଙ୍କ ଭଳି ଓଡ଼ିଶାରେ ୪୨୦୦ ଗ୍ରେଡ ପେ ଏବଂ ଠିକା ନିଯୁକ୍ତି ହଟାଇ ସ୍ଥାୟୀ କରିବା ପାଇଁ ପ୍ରମୁଖ ଦୁଇଟି ଦାବି ନେଇ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଏହି ଶିକ୍ଷାକମାନେ ଏଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ଚେଷ୍ଟା କରିଥିବା କହିଛନ୍ତି। ଶିକ୍ଷକ ମାନେ ଧାରଣାରେ ଥିବାରୁ ପିଲାଙ୍କ ପାଠ ପଢା ବ୍ୟାଘାତ ହୋଇଛି । ଶିକ୍ଷକ ଆନ୍ଦୋଳନ ଭିତରେ ଗଣ ଶିକ୍ଷା ମନ୍ତ୍ରୀ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି । ସରକାର ଶିକ୍ଷକଙ୍କ ସହ ଅଛନ୍ତି ତାଙ୍କ ଦାବୀ ପୂରଣ ନେଇ ସରକାର ବିଚାର କରୁଛନ୍ତି । ଶିକ୍ଷକଙ୍କ ଦାବିକୁ ନେଇ ସରକାର ସକାରାତ୍ମକ ଅଛନ୍ତି। ଆନ୍ଦୋଳନରୁ ଓହରି ଶିକ୍ଷକମାନେ ସହଯୋଗ କରନ୍ତୁ ଓ ପାଠ ପଢାନ୍ତୁ କହିଛନ୍ତି ମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login