ଭୁବନେଶ୍ୱର : ଦ୍ବିତୀୟ ଦିନରେ ଭୁବନେଶ୍ବର ସାଲିଆ ସାହିରେ ଜାରି ରହିବ ଉଚ୍ଛେଦ ଅଭିଯାନ । ବୁଲିବ ବୁଲଡୋଜର । ପୋଲିସ, ବିଏମସି ଓ ବିଡିଏ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଥମ ଦିନରେ ୩୦ରୁ ଉର୍ଦ୍ଧ୍ବ ଘର ଉଚ୍ଛେଦ କରାଯାଇଛି । ପାଖାପାଖି ୫୧୭ଟି ଘର ଭଙ୍ଗାଯିବାକୁ ଥିବା ସୂଚନା ମିଳିଛି । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ କରାଯାଉଛି ଜବରଦଖଲ ଉଚ୍ଛେଦ । ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯିବ । ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ୟ୍ୟନ୍ତ ଉଚ୍ଛେଦ କରାଯିବ ।
Views: 49











