The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

Facebook
Twitter
LinkedIn

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଜାରି ରହିଛି ଡ୍ରାଇଭର ଆନ୍ଦୋଳନ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି । ଆସନ୍ତାକାଲିଠାରୁ ଏହି ଆନ୍ଦୋଳନ ଜୋରଦାର ହେବାକୁ ଥିବା ବେଳେ ଆଜିଠୁ କଟକ ବସ୍ ଟର୍ମିନାଲରେ ଏହାର ପ୍ରଭାବ ପଡ଼ିଲାଣି । ଆଜି ଟର୍ମିନାଲକୁ ଆସିଛି କମ୍ ସଂଖ୍ୟକ ବସ୍ । ଫଳରେ ଆଜି ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଜାତୀୟ ସ୍ତରରେ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରୁଛି ଡ୍ରାଇଭର ମହାସଂଘ । ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିବେ ଡ୍ରାଇଭର । ଏହା ଦ୍ୱାରା ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । ବିବାଦର ସମାଧାନ ନହେଲେ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦରଦାମ ଉପରେ ଏହାର ପ୍ରଭାବ ପଡ଼ିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login