ଭୁବନେଶ୍ୱର : ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କଲେ ସାଂସଦ ମୁନ୍ନା ଖାନ । ସେ କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ୱାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ ବୋଲି କହିଲେ । ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ , ଦୋମୁହାଁ ନୀତି ଚଳିବନି । ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି । ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ ନିଷ୍ପତ୍ତି ହୋଇଥିଲା । ବିଲ ବିରୋଧରେ ଭୋଟ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ଇଫତାର ପାର୍ଟିରେ ବି ନବୀନ ବାବୁ ଏ ନେଇ ସ୍ପଷ୍ଟ କରିଥିଲେ । ସସ୍ମିତ କାହିଁକି ଟ୍ୱିଟ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି । ମୁଁ ତାଙ୍କୁ ଫୋନ କରି ପଚାରିବାକୁ ଚାହିଁଛି , ଫୋନ ଉଠାଇଲେନି । ସସ୍ମିତ ପାତ୍ରଙ୍କ କାର୍ଯ୍ୟ ସଂଖ୍ୟାଲଘୁ ଭାଇ ମାନଙ୍କୁ କଷ୍ଟ ଦେଇଛି । ବିଜେଡି ଧର୍ମ ନିରପେକ୍ଷ ଦଳ , ସଂଖ୍ୟାଲଘୁଙ୍କ ସହ ଦଳ ରହିଛି ।
ସେପଟେ ନବୀନ ନିବାସରେ ପହଁଚିଲେ କ୍ଷୁବ୍ଧ ସାଂସଦ ମୁନ୍ନା ଖାନ । ବିମାନବନ୍ଦରରୁ ବାହାରି ସିଧା ନବୀନ ନିବାସ ଗଲେ । ବିମାନ ବନ୍ଦରରେ ରୋଷ ଝାଡିବା ପରେ ନବୀନ ନିବାସ ଗଲେ । ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ହେବାକୁ ପହଁଚିଲେ ।
ଦୋମୁହାଁ ନୀତି ଚଳିବନି, ଯିଏ ଚାହୁଁଛ ବିଜେପି ପଳାଅ : ମୁନ୍ନା ଖାନ । ନବୀନ ନିବାସରେ ଫେରାଦ ହେଲେ ମୁନ୍ନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











