କେନ୍ଦ୍ରାପଡା: ଯୁବକଙ୍କୁ ଆକ୍ରମଣ । ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ । ଆକ୍ରମଣରେ ଏସି ମେକାନିକ ଅକ୍ଷୟ ଖଟୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ । ଅନ୍ୟ ଜଣେ ଆହତ ହୋଇଛନ୍ତି । କେନ୍ଦ୍ରାପଡା ଟାଉନ ବଳରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ କହ୍ନେଇପୁର ଗାଁର ଜଣେ ବ୍ୟକ୍ତି ଅକ୍ଷୟଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଆଉ ବାରମ୍ବାର ତାଙ୍କୁ ଛୁରାରେ ଆଘାତ କରି ଚାଲିଥିଲେ । ତେବେ ଅଭିଯୁକ୍ତ ଜଣକ କାହିଁକି ଛୁରା ମାଡ କରିଥିଲା ସ୍ପଷ୍ଟ ହୋଇ ନାହିଁ ।
Views: 81











