The Ultimate Managed Hosting Platform
ADVERTISEMENT

ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ସେ ତାଙ୍କ ସୋସିଆଲ ମିଡିଆ Xର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ’’ମୋର ସମସ୍ତ ନାଗରିକମାନଙ୍କୁ ଦୀପାବଳିର ଶୁଭେଚ୍ଛା । ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ଆଲୋକିତ କରୁ ।’’ ଏହାରି ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ମୋଦି ଏହି ସମୟରେ ସ୍ବଦେଶୀ ଜିନିଷ କିଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ମୋଦି ସରକାର ଆରମ୍ଭରୁ ମେକ୍ ଇନ୍ ଇଣ୍ଡିଆ ଜିନିଷ ଉପରେ ଗୁରୁତ୍ବ ଦିଆଯାଇଆସୁଅଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ” ଏହି ପର୍ବପର୍ବାଣୀରେ ୧.୪ ବିଲିୟନ ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବସୃଜନକୁ ପାଳନ କରିବା । ଏହି ଅବସରରେ ଆମେ ଭାରତୀୟ ଉତ୍ପାଦ କିଣିବା ଏବଂ ଗର୍ବର ସହିତ କହିବା ଯେ ଏହା ସ୍ୱଦେଶୀ! । ଯାହା କିଣିଛନ୍ତି ତାହା ସୋସିଆଲ ମିଡିଆରେ ମଧ୍ୟ ସେୟାର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆପଣ ଅନ୍ୟମାନଙ୍କୁ ଏହି ପ୍ରେରଣା ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login