ଜଗତସିଂହପୁର : ଦେବିନଦୀର ବେଲପୁର ଜଟାଗାଦୀ ଘାଟରୁ ବୋଲବମ ପାଣି ଉଠାଇବା ସମୟରେ ଯୁବକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ କୁଳସାହି ଗ୍ରାମର ବାନାମ୍ବର ଓଝାଙ୍କ ପୁଅ ଚନ୍ଦନ ଓଝା । ଦେବିନଦୀର ବେଲପୁର ଜଟାଗାଦୀ ଘାଟରୁ ବୋଲବମ ପାଣି ଉଠାଇବା ସମୟରେ ଦେବିନଦୀର ପ୍ରଖର ସୋତ୍ରରେ ନିଖୋଜ ହୋଇଯାଇଥିଲା ।ଘଟଣା ସ୍ଥଳରେ ବାଲିକୁଦା ଅଗ୍ନିସମ ବିଭାଗ, ଏବଂ ଜଗତସିଂହପୁର ଓଡ୍ରାଫ ଟିମ୍ ପହଞ୍ଚି ଉଧାର କାର୍ୟ୍ୟ ଆରମ୍ଭ କରିଥିବା ଦେଖାଯାଇଛି ।
Views: 101











