ବାଂଲାଦେଶ : ଦୁର୍ନୀତି ମାମଲାରେ ଶେଖ ହସିନାଙ୍କୁ ୨୧ ବର୍ଷ ଜେଲ ଦଣ୍ଡ । ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀଙ୍କୁ ୨୧ ବର୍ଷ ଜେଲ ଦଣ୍ଡ । ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ୩ଟି ପୃଥକ ପୃଥକ ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ । ପୂର୍ବରୁ ନରସିଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ କରିଥିଲେ ଅନ୍ୟ ଏକ କୋର୍ଟ । ବର୍ତ୍ତମାନ ଶେଖ ହସିନା ଭାରତରେ ରହିଛନ୍ତି, ଆଉ ଯେପର୍ୟ୍ୟନ୍ତ ସେ ବାଂଲାଦେଶ ଯାଇନାହାନ୍ତି, ତାଙ୍କ ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇପାରିବେ ନାହିଁ ବାଂଲାଦେଶ ସରକାର ।
ସୂଚନାଯୋଗ୍ୟ, ୨୦୨୪ରେ ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ କୋର୍ଟ ହସିନାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଆନ୍ଦୋଳନରେ ନୀରିହ ଛାତ୍ରଙ୍କ ଉପରେ ଗୁଳି ଏବଂ ବୋମାମାଡ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ କୋର୍ଟ କିଛିଦିନ ତଳେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।
Views: 50











