The Ultimate Managed Hosting Platform
ADVERTISEMENT

ଦୁଇ ବର୍ଷ ପରେ ହେବ ହିଙ୍ଗୁଳା ଯାତ୍ରା

Facebook
Twitter
LinkedIn


ଅନୁଗୁଳ : ଗତ ୨ ବର୍ଷ ପରେ ଅନୁଷ୍ଠିତ ହେବ ହିଙ୍ଗୁଳା ଯାତ୍ରା। ତାଳଚେରରେ ହେବ ହିଙ୍ଗୁଳା ଯାତ୍ରା। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ମାଙ୍କର ଯାତ୍ରା ବନ୍ଦ ହୋଇଥିଲା। ତେଣୁ ଚଳିତ ବର୍ଷ ହିଙ୍ଗୁଳା ଯାତ୍ରା ପାଇଁ ଅଞ୍ଚଳବାସୀ ଖୁବ୍ ଉତ୍ସାହିତ ଅଛନ୍ତି।ତେବେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାପକ ଜଳଛତ୍ର, ରାସ୍ତାଘାଟ ମରାମତି ଏବଂ ଆଲୋକୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରଷ୍ଟ ଦ୍ଵାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆସନ୍ତା ୬ ତାରିଖରେ ମାଆଙ୍କର ପ୍ରାରମ୍ଭିକ ପୂଜା ଜନ୍ତାଳ ଯାତ୍ରା ହେବ ଏବଂ ୭ ତାରିଖରେ ମାଆଙ୍କର ଅଗ୍ନିରୁପ ଆବିର୍ଭାବ ହେବ। ଏହାପରେ ୧୫ରେ ମୁଖ୍ୟ ଯାତ୍ରା ଏବଂ ହିଙ୍ଗୁଳା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login