The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯିବେ । ଉଭୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଆଲୋଚନା କରିପାରନ୍ତି । ରାଜ୍ୟ କମିଟି ଗଠନ , ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କରିପାରନ୍ତି । ଯାହା ପରେ ଚର୍ଚ୍ଚା ବଢିଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ । ଖାଲି ସେତିକି ନୁହେଁ, ଗତ ବର୍ଷେରୁ ଅଧିକ ସମୟ ହେଲା, ନିଗମ, ବୋର୍ଡ ନିଯୁକ୍ତି ନେଇ ଯେଉଁ ଅଛିଣ୍ଡା ଅଙ୍କ ରହିଛି, ସେନେଇ ମଧ୍ୟ ଦିଲ୍ଲୀ ନେତାଙ୍କ ସହ ଦୁଇ ମୁଖିଆଙ୍କ ଆଲୋଚନା ହୋଇପାରେ ବୋଲି ଖବର ଆସୁଛି ।ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରଠାରୁ, ମନ୍ତ୍ରିମଣ୍ଡଳରେ ଗୋଟିଏ ବି ଅଦଳବଦଳ ହୋଇନି । ଏବେ ବି ମୋହନ ସରକାରରେ ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଥିବାବେଳେ, ଅନେକ ନେତା ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ଆଉ ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ମୁଖିଆଙ୍କ ଦିଲ୍ଲୀ ଡାକରା ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login