ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମ୍ ହେବାରେ ନାଁ ଧରୁନି । ଦିଲ୍ଲୀରେ ଆଜି ଏକ୍ୟୁଆଇ ୪୦୦ ପାର୍ କରିଛି । ଯାହା ବହୁତ ଗମ୍ଭୀର । ପ୍ରଦୂଷଣ ରୋକିବାକୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି, ହେଲେ ସଫଳ ହେଉନାହିଁ । ଘନ କୁହୁଡି ଓ ଥଣ୍ଡାରେ ଜବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦେଶର ଉତ୍ତରାଞ୍ଚଳର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ କୁହୁଡ଼ିରେ ଆଚ୍ଛାଦିତ ରହିଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ପରିସ୍ଥିତି ଭୟଙ୍କର । ଘନ କୁହୁଡ଼ି ଏବଂ ପ୍ରଦୂଷଣ ଯୋଗୁଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ପର୍ୟ୍ୟନ୍ତ ଘନ କୁହୁଡ଼ି ଲାଗି ରହିବେ । ଅନେକ ସ୍ଥାନରେ ଦୃଶ୍ୟମାନତା ୧୦୦ ମିଟରରୁ କମ୍ ରହିବ । ଏହା ସିଧାସଳଖ ସଡ଼କ, ରେଳ ଏବଂ ବିମାନ ଚଳାଚଳ ସହିତ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ହେଉଛି ନୋ ପିୟୁସି, ନୋ ଇନ୍ଧନ ନିୟମ ଲାଗୁ କରାଯାଇଛି ।
ଦିଲ୍ଲୀ ବାୟୁ ଭୀଷଣ ପ୍ରଦୂଷଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











