The Ultimate Managed Hosting Platform
ADVERTISEMENT

ଦିଲ୍ଲୀର ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟାରେ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲା । ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ସୂଚନାନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଜଣେ ଯୁବକ ଲିପ୍ଟରେ ଫସି ରହିଥିଲେ । କାରଣ ସେହି ସମୟରେ କରେଣ୍ଟ କାଟି ଦିଆଯିବାରୁ ଫଳରେ ଲିପ୍ଟ ବନ୍ଦ ହୋଇଯାଇଥିଲା । ସେହି ଲିପ୍ଟରେ ଥିବା ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଅଘଟଣ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟା ୬.୪୪ରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ହିଁ ୪ମହଲାର ପୁରା ମଲକୁ ନିଆଁ ବ୍ୟାପିଯାଇଥିଲା । ଫଳରେ ମଲରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲିଭାଇବା ପରେ, ଏବେ କୁଲିଂ କାମ ଚାଲିଛି ଯାହା ଦ୍ୱାରା ପୁଣିଥରେ ନିଆଁ ବ୍ୟାପିବ ନାହିଁ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login