ଭୁବନେଶ୍ୱର : ଜଳୁଛି ସାରା ଓଡ଼ିଶା । ତାତିରୁ ମିଳୁନି ତ୍ରାହି । ଖରା ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଛଟପଟ କରୁଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ତାତି ଆଶଙ୍କା ରହିଛି । ଏସବୁ ଜିଲ୍ଲାକୁ ହିଟେଓ୍ଵଭ୍ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।ଆଜି ବି ଗ୍ରୀଷ୍ମକୋପ ଜାରି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ୪୦.୨ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ଅପରାହ୍ଣରେ ତାତି ୪୪ ଡିଗ୍ରୀ ପାର କରିପାରେ ।
ଆଜି ଦିନ ୧୧.୩୦ ସୁଦ୍ଧା
— Meteorological Centre, Bhubaneswar (@mcbbsr) April 20, 2023
ଝାରସୁଗୁଡା: ୪୧.୪ ଡ଼ିଗ୍ରୀ
ଭୁବନେଶ୍ୱର:୪୦.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ
କେନ୍ଦୁଝର: ୩୯.୬ ଡ଼ିଗ୍ରୀ
ବାଲେଶ୍ୱର:୩୮.୬ ଡ଼ିଗ୍ରୀ
ସମ୍ବଲପୁର:୩୮.୬ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ପାରାଦୀପ: ୩୩
ଗୋପାଳପୁର: ୩୨.୬ ଡ଼ିଗ୍ରୀ
Views: 99











