ରାୟଗଡା : ଘରେ ପଶି ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା, ରୁପା । କଲ୍ୟାଣସିଂହପୁର ଥାନା ସିକରପାଇ ଗାଁରେ ବଡ ଧରଣର ଲୁଟ । ବୋଲେରୋରେ ଆସି ୮ରୁ ୧୦ ଦୁର୍ବୁତ୍ତ ଭୁଜାଲିରେ ହାଣି ଲୁଟିଥିବା ଅଭିଯୋଗ । ମହିଳା ପିନ୍ଧିଥିବା ସୁନା ସହ ଘରୁ ଗଡରେଜ ନେଇ ପଳାଇଥିବା ଅଭିଯୋଗ । ସେଥିରେ ପ୍ରାୟ ୧୨ ଭରି ସୁନା ୧୪ କିଲୋ ରୁପା ଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଈ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କରୁଛି । ବର୍ତ୍ତମାନ ସୁଧା ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ, ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
Views: 32