ପିପିଲି : ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ଅଭିଯୁକ୍ତ ସ୍ବର୍ୟ୍ୟକାନ୍ତ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଅଭିଯୋଗ ଅନୁଯାୟୀ, ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀକୁ ଘରେ ଏକୁଟିଆ ପାଇ ସେହି ଗ୍ରାମର ଜଣେ ଯୁବକ ୨୫ ତାରିଖ ଦିନ ଦୁଷ୍କର୍ମ କରିବା ସହ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ଏହା ଦେଖିବା ପରେ ଯୁବତୀଙ୍କ ଭାଇ ବଡ ପାଟିରେ ଡାକ ପକାଇଥିଲା । ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ମିଶି ଯୁବତୀକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ସେମାନଙ୍କୁ ଧକ୍କା ମାରି ସେଠାରୁ ଫେରାର ହୋଇଯାଇଥିଲା । ପୀଡିତାଙ୍କ ବାପା ଏ ସଂପର୍କରେ ଅଭିଯୋଗ କରିବାକୁ ସେହିଦିନ ପିପିଲି ଥାନାକୁ ଆସୁଥିବା ବେଳେ ବାଟରେ ଅଭିଯୁକ୍ତ ଏକ କଟୁରୀ ଧରି ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ।
ଥମୁନି ପିପିଲିରେ ଲଜ୍ଜା, ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ
ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...
ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...
ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ
କଣ୍ଟାବାଞ୍ଜି : ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତୁରେକେଲା ଥାନା ମହୁଲପାଟି ଗାଁରେ ଅଭାବନୀୟ ଘଟଣା । ଗୋଡ ହାତରେ...
ବାଡି ପୋଖରୀରୁ ୬ ଫୁଟର କୁମ୍ଭୀର ଉଦ୍ଧାର
ପଟ୍ଟାମୁଣ୍ଡାଇ : ବାଡି ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର । ରାଜନଗର ବ୍ଲକ ୟେଣ୍ଡୁଳିପୁର ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର । ଉଦ୍ଧାର ମାଇ...