ଭାରତ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ତ୍ରିରଙ୍ଗା ରଙ୍ଗର ଅଲୋକମାଳାରେ ରଙ୍ଗାୟିତ କରାଯାଇଛି

। ଅନ୍ଧକାର ମଧ୍ୟରେ କୋଣାର୍କ ମନ୍ଦିରର ମନୋରମ ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଛି । ଚଳିତବର୍ଷ ଭାରତ ସରକାର ଦେଶର ଏହି ମହାନ୍ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରିବା ସହ ଏଥିପାଇଁ ନୂଆ ଅଭିଯାନ ହର୍ ଘର୍ ତ୍ରିରଙ୍ଗା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ,ଏବଂ ସବୁଠି ଆନନ୍ଦଉଲ୍ଲାସର ମାହୋଲ । ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଦେଶବାସୀ ସାମିଲ ହୋଇ ଅଗଷ୍ଟ ୧୫ ତାରିଖକୁ ନିଜ ଘର ଛାତ ଉପରେ , ବାଲ୍କୋନିରେ ତ୍ରିରଙ୍ଗା ପତାକା ଲଗାଇଥିବା ଦେଖିବାକୁ ମିଳିଛି ।
Views: 241