ଆଳି : ନୂଆବର୍ଷ ହୋର୍ଡିଂ ଲଗାଇବାକୁ ନେଇ ରାଜନୈତିକ ସଂଘର୍ଷ । ୨ ମାସ ପାଇଁ ବିଏନଏସଏସରେ ୧୬୩ ଧାରା ଲାଗୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆ ବଜାର ଦୁର୍ଗା ମଣ୍ଡପ ଛକରେ ୧୬୩ ଧାରା ଲାଗୁ ହୋଇଛି । ଏକ ରାଜନୈତିକ ଦଳ ନୂଆବର୍ଷ ହୋଡିଂ ଲଗାଉଥିବାବେଳେ ଅନ୍ୟ ଏକ ଦଳ ଏହାକୁ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଅପ୍ରୀତିକର ପରିସ୍ଥିତି ଏଡେଇବାକୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
Views: 59











