ତେଲକୋଇ : ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଅସ୍ଥାୟୀ ଭାବେ ନିର୍ମିତ ଡାଇଭର୍ସନ ରାସ୍ତା ଧୋଇଯାଇଛି । ଫଳରେ ତେଲକୋଇ ଓ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କେନ୍ଦୁଝର ତେଲକୋଇରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ନିକଟସ୍ଥ ବାଉଁଶଯୋର ନାଳ ଦେଇ ବର୍ଷା ପାଣି ନିଷ୍କାସିତ ହେଉଛି । ତେବେ ନାଳଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ଭାଙ୍ଗିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Views: 50











