The Ultimate Managed Hosting Platform
ADVERTISEMENT

ତୁର୍କୀରେ ଥିବା ଆମେରିକୀୟ ବାୟୁ ସେନା ଘାଟିରେ ପଶିଲେ ପାଲେଷ୍ଟାଇନ ସମର୍ଥକ

Facebook
Twitter
LinkedIn

ଅଙ୍କାରା : ତୁର୍କୀରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଉଗ୍ର ପାଲେଷ୍ଟାଇନ ସମର୍ଥକମାନେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ, ମଧ୍ୟପୂର୍ବରେ ଇସ୍ରାଏଲ-ହମାସ ସଂଘର୍ଷ ଚାଲିଥିବାବେଳେ ରବିବାରଦିନ ପାଲେଷ୍ଟାଇନ ସମର୍ଥନରେ ତୁର୍କୀରେ ଏକ ରାଲି କରାଯାଉଥିଲା । ଏହି ସମୟରେ ଏହି ଲୋକମାନେ ହଠାତ ଅଙ୍କାରାରେ ଥିବା ଇନସାର୍ଲିକ୍ ଆମେରିକୀୟ ବାୟୁସେନା ଘାଟିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତୁର୍କୀ ପୋଲିସ ଭିଡକୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ଏବଂ ଓ୍ବାଟରକାନନ ପ୍ରୟୋଗ କରିଥିଲା । ତେବେ ଏହି ଘଟଣାରେ କୌଣସି ଆମେରିକୀୟ ସୈନ୍ୟ ମୃତାହତ ହୋଇଥିବା ଖବର ମିଳିପାରିନାହିଁ ।
ପାଲେଷ୍ଟାଇନ ସମର୍ଥକ ଗୋଷ୍ଠୀ ଆଇଏଚଏଚ ମାନବୀୟ ରିଲିଫ ପାଣ୍ଠି ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିଲା । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଗାଜା ସଙ୍କଟ ଉପରେ ଆଲୋଚନା ପାଇଁ ଆଙ୍କାରାରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଥିଲା । ଗାଜାରେ ମାନବିକ ସଙ୍କଟ ଘନୀଭୂତ ହେଉଥିବାରୁ ତୁର୍କୀ ଇସ୍ରାଏଲକୁ ତୀବ୍ର ସମାଲୋଚନା କରିଛି। ପାଲେଷ୍ଟାଇନ ଉଗ୍ରବାଦୀ ସଙ୍ଗଠନ ହାମାସକୁ ସମର୍ଥନ କରିବା ସହ ତୁର୍କୀ ଦୁଇଟି ସ୍ୱାଧୀନ ରାଷ୍ଟ୍ରର ସମାଧାନ ସପକ୍ଷରେ ରହିଛି। ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତୁର୍କୀରେ ବିକ୍ଷୋଭ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login