ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି ଆକ୍ରମଣ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏହାର ଜବାବ ଦେଇଛି ଇରାନ ।ଇସ୍ରାଏଲ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇରାନ । ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ବର୍ଷା କରିଛି । ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମା ବ୍ୟବହାର କରିଛି ଇରାନ । ଜବାବରେ ଇସ୍ରାଏଲର ବୈଜ୍ଞାନିକ ଗବେଷଣା ଭିତ୍ତିଭୂମି ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରିଛି । ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର କ୍ରାଉନ ଜୁଏଲ ଅଫ୍ ସାଇନ୍ସ ଉପରେ ମିସାଇଲ୍ ମାଡ଼ କରିଛି ଇରାନ।ଇରାନର ମିସାଇଲ୍ ଇସ୍ରାଏଲର ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଉପରେ ଆଟାକ୍ କରିଥିଲା । ଏଥିରେ ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ ହୋଇଯାଇଛି । ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇଟି ବିଲ୍ଡିଂକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲରେ ହସ୍ପିଟାଲ ଉପରେ ବୋମା ମାଡ଼ କରିଛି ଇରାନ । ଇରାନକୁ ଏହାର ମୂଲ୍ୟ ଦେବାକୁ ହେବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ଦେଶ ପରସ୍ପର ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛନ୍ତି । ଗୋଟିଏ ସପ୍ତାହ ପରେ ବି ଯୁଦ୍ଧ ବନ୍ଦ ହେବା ଭଳି ସଂକେତ ନାହିଁ ।
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











