କଟକ : କଟକର ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆଜି ଦିନ ୧୨ ଟାରେ ତିନି ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ମାନେ ଦିନ ୧୧ ଟାରେ ପୁରୀଘାଟ ଥାନା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି, ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ୟ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଏମସି କତ୍ତୃପକ୍ଷ ସହରର ବିଭିନ୍ନ ୱ।ର୍ଡ଼ ସହିତ ୫୬,୫୭,୫୮,୫୯ ନମ୍ବର ୱ।ର୍ଡ଼କୁ ସବୁ କ୍ଷେତ୍ରରେ ଅଣଦେଖା କରିଆସୁ ଥିବାବେଳେ, ଏହି ୪ ଗୋଟି ୱ।ର୍ଡ଼ରେ ଡେଙ୍ଗୁ ଏବଂ ମଶା ଦାଉରୁ ରକ୍ଷା ପାଇଁ ନିରୋଳା ପାଣିକୁ ମଶାତେଲ ଦର୍ଶାଇ ପକା ଯାଉଛି ବୋଲି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସିଏମସି କତ୍ତୃପକ୍ଷ ଉକ୍ତ ୪ଗୋଟି ୱ।ର୍ଡ଼ର ବସବାସ କରୁଥିବା ଗରିବ ବସ୍ତି ବାସିନ୍ଦାଙ୍କ ଘରକୁ ଯାଇ ଫଟୋ ଉଠାଇବା ସହ ଚିହ୍ନଟ ତାଲିକା ପ୍ରସ୍ତୁତ କରି ନେଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରିବାର ନାଗନ୍ଧ ଧରୁ ନାହାନ୍ତି। ସେହିପରି ରାସ୍ତା ଘାଟ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରୁ ଏହାର ନିର୍ମାଣ କାର୍ୟ୍ୟ କରା ଯାଉନାହିଁ । ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏସବୁ ଦିଗରେ ସିଏମସି ମେୟର ଏବଂ କମିଶନର ତୁରନ୍ତ ଦୃଷ୍ଟି ଦେବା ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ବରେ କେତେକ ସଦସ୍ୟ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ମହିଳା ନେତ୍ରୀ ଅନିମା ନାୟକ , ଗୀତାଞଳି ସ୍ୱାଇଁ, ଚୈତନ୍ୟ ସାମଲ, ବଳରାମ ସ୍ୱାଇଁ, ଶ୍ୟାମ ସାମଲ, କିଶୋର ଚନ୍ଦ୍ର ଦାସ , ଅମର ସାମଲ ପ୍ରମୁଖ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
ତିନି ଦଫା ଦାବି ନେଇ ସିଏମସି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ
ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...