ଭୁବନେଶ୍ୱର : ଆକାଶରୁ ଖସୁଛି ଅଗ୍ନି ବର୍ଷା । ଅସମ୍ଭାଳ ହେଲାଣି ଚୈତ୍ର ତାତି । ବର୍ଷା ଛାଡିବା ପରଠୁ ହଠାତ୍ ରାଜ୍ୟକୁ କଲବଲ କରୁଛି ତାତି । ଆଉ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଓଡ଼ିଶା ଜଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲିଠୁ ତିନି ଦିନ ପାଇଁ ହିଟ୍ଓ୍ଵଭ୍ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର କରିବ । ୪୪ ବି ଛୁଇଁପାରେ । ତତଲା କଡ଼େଇରେ ଭାଜିହେବ ଝାରସୁଗୁଡ଼ା ଜିଲ୍ଲା ।ଆସନ୍ତାକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ । ୧୪ ଓ ୧୫ରେ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ସେଲସିୟସ୍ ଛୁଇଁଯିବ ତାତି । ସେହିପରି କାଲି ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ୧୪ରେ ଏସବୁ ସ୍ଥାନରେ ତାତି ଛୁଇଁପାରେ ୪୩ ଡିଗ୍ରୀ ସେଲସିୟସ୍ । ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ଗ୍ରୀଷ୍ମ ଲହରର ପ୍ରଭାବ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୪ ଡିଗ୍ରୀକୁ ବଢ଼ିପାରେ । ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ରାଉରକେଲା ଓ ବାରିପଦାରେ ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଏହି ତିନି ଦିନରେ କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ବି ଛୁଇଁଯିବ । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ୯ଟି ସହରରେ ପାରଦ ଛୁଇଁଥିଲା ୪୦ ଡିଗ୍ରୀ । ସବୁଠୁ ଉତ୍ତପ୍ତ ସହର ବାରିପଦା ।
ତାତିରେ ସିଝିବ ଓଡିଶା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







