ମୁମ୍ବାଇ: କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ଆରମ୍ଭ ହୋଇଯାଇଛି । ଏହି ଶୋ ଦୁଇ ସପ୍ତାହରୁ ଧରି ଆରମ୍ଭ ହେଲାଣି । ଶୋ’ରେ ହୋଷ୍ଟ ହେଉଛନ୍ତି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍ । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି । ସେଲିବ୍ରିଟି ପ୍ରତିଯୋଗୀମାନଙ୍କୁ ୭୨ ଦିନ ଧରି କଙ୍ଗନାଙ୍କ ଜେଲ୍ ଭିତରେ ଭର୍ତ୍ତି କରାଯାଇଛି । ବିଗ୍ବସ୍ ପରି ଏଥିରେ ମଧ୍ୟ ନିଜ ନିଜ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ମଧ୍ୟ ଲାଗୁଛି । ପ୍ରତିଦିନ ଖେଳଟି ରୋମାଞ୍ଚକର ହେବାରେ ଲାଗିଛି । ହେଲେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଏହି ଶନିବାର ଶୋ’ରେ ପ୍ରତିଯୋଗୀ ତହସିନ ପୁନାୱାଲାଙ୍କୁ ବାହାର କରାଯାଇଛି । କଙ୍ଗନାଙ୍କ ଜେଲରୁ ତହସିନ ପୁନାୱାଲା ଦ୍ୱିତୀୟ ପ୍ରତିଯୋଗୀ ଭାବେ ବାହାରିଛନ୍ତି । କାରଣ ଏହାପୂର୍ବରୁ ସ୍ବାମୀ ଚକ୍ରପାନିଙ୍କୁ ଶୋ’ରୁ ବାହାର କରାଯାଇଥିଲା। ଶୋ’ ଛାଡିବା ପୂର୍ବରୁ ତହସିନ ଏପରି କିଛି ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲା ।
ତହସିନ୍ ପୁନାଓ୍ୱାଲା ଦେଶର ବିଶିଷ୍ଟ ବ୍ୟବସାୟୀଙ୍କ ସହ ରାତି କାଟିଥିଲେ, ଲକ୍ ଅପ୍ ଶୋ’ରେ କଲେ ଖୁଲାସା
Facebook
Twitter
LinkedIn
Facebook
Twitter
LinkedIn
Recent News
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...
୪୬ IAS , ୬୭ IPS ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...
ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି
ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...











