ନୂଆଦିଲ୍ଲୀ : ମନ କୀ ବାତରେ ଡି ପ୍ରକାଶ ରାଓଙ୍କୁ ମନ ପକାଇଲେ ମୋଦୀ । ଚା ବିକି କିପରି ସେବା କରୁଥିଲେ କହିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ୟ୍ୟକ୍ରମ ମନ୍ କି ବାତ୍ ଆଜି ୧୦୦ତମ ଏପିସୋଡ୍ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍ କି ବାତର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ । ତାଙ୍କୁ ଆଜି ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ଚା’ ବିକି ପ୍ରକାଶ ରାଓ କିଭଳି ସେବା କରୁଥିଲେ କହିଥିଲେ । ଗରିବ ପିଲାଙ୍କ ପାଠପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା କହିଥିଲେ ପ୍ରଧାନମନ୍ତ୍ରୀ । କଟକ ଗସ୍ତରେ ଆସିଥିବା ବେଳେ ଡି. ପ୍ରକାଶ ରାଓଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।
ମନ୍ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଥିଲା ପ୍ରସାରଣ ବ୍ୟବସ୍ଥା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍ କି ବାତର ପ୍ରଥମ ଏପିସୋଡକୁ ମନେ ପକାଇଥିଲେ । ସେ କହିଛନ୍ତି, ମନ୍ କି ବାତ୍ ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହା ତାଙ୍କ ପାଇଁ ଆସ୍ଥା, ପୂଜା ଓ ବ୍ରଜ ପାଲଟିଛି । ଅନ୍ୟର ଗୁଣରୁ ଶିକ୍ଷା କରିବାର ମିଳିଛି ଅନେକ ଅନୁଭୂତି ।
ଡି ପ୍ରକାଶ ରାଓଙ୍କୁ ମନ ପକାଇଲେ ମୋଦୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ହର୍ଷ ପର୍ବତରୁ ୨୫୦ ଫୁଟ ତଳକୁ ଖସିଲା କାର
ରାଜସ୍ଥାନ : ରାଜସ୍ଥାନ ସିକଲ ଜିଲ୍ଲା ହର୍ଷ ପର୍ବତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା...
ଓଟିଇଟି କେଳେଙ୍କାରୀ ; ଆଉ ୨ ରିମାଣ୍ଡରେ ଯିବେ
ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ରିମାଣ୍ଡରେ ଯିବେ ଆଉ ୨ ଅଭିଯୁକ୍ତ । ଆଉ ୨ ଅଭିଯୁକ୍ତଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ...
୭ ବଗିକୁ ଛାଡି ପଳାଇଲା ଇଞ୍ଜିନ
ସୋର : ୭ ବଗିକୁ ଛାଡି ପଳାଇଲା କୋଇଲା ବୋଝେଇ ଟ୍ରେନର ଇଞ୍ଜିନ । ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡି ପଳାଇଲା ଇଞ୍ଜିନ ।...
ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ପୋଲିସ ହଟହଟା
କଣ୍ଟାବାଞ୍ଜି : ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ ମୁହାଁମୁହିଁ । ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି । ୫ ଦିନ ତଳେ...