ନୂଆଦିଲ୍ଲୀ : ମାଙ୍ଗାଲୋରରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାରେ ଡିଭାଇଡର ଉପରେ ଚଢିଯାଇଥିଲା । ଯାହାଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି ଏବଂ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ଡିସେମ୍ବର ୭ରେ ମାଙ୍ଗାଲୋର ସହରରେ ଘଟିଛି । ଏହି ଟ୍ରକଟି ଓଭର ସ୍ପିଡରେ ଯାଉଥିଲା ଯାହା ଫଳରେ ସେ ନିୟନ୍ତ୍ରଣ ହରାଇଥିଲା ଏବଂ ଡିଭାଇଡର ଉପରେ ଚଢି ଯାଇଥିଲା । ଟ୍ରାଫିକ ପୋଲିସଙ୍କ ସମେତ ଏହି ଟ୍ରକଟି ଅନ୍ୟ ୩ ଜଣଙ୍କ ଉପରେ ଚଢିଯାଇଥିଲା ଯାହାଫଳରେ ସେମାନେ ଆହତ ହୋଇଛନ୍ତି । ଏହି ୩ ଜଣଙ୍କ ମଧ୍ୟରେ ଦୁଇ ବାପା ଝିଅ ମଧ୍ୟ ସାମିଲ ଥିଲେ । ଘରକୁ ଫେରୁଥିବା ସମୟରେ ସେମାନେ ମଧ୍ୟ ଏଥିରେ ଆହତ ହୋଇଥିଲେ । ଏହି ଟ୍ରକଟି ଏକ ବାଇକ ଓ ଏକ ଅଟୋକୁ ଧକ୍କା ଦେଇଥିଲା । ଟ୍ରକ ଧକ୍କା ଦେବା ଫଳରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଓଲଟିଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ିପଳାଇ ଥିଲେ । ତେବେ ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଡିଭାଇଡର ଉପରେ ଚଢିଗଲା ଟ୍ରକ, ଟ୍ରାଫିକ ପୋଲିସଙ୍କ ସମେତ ୨ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











