The Ultimate Managed Hosting Platform
ADVERTISEMENT

ଡିଭାଇଡରରେ ପିଟିହେଲା କାର

Facebook
Twitter
LinkedIn

ବରଗଡ : ଏନଏଚ ୫୩ର ବାଇପାସ ରୋଡରେ କାର ଦୁର୍ଘଟଣା । ଡିଭାଇଡର ଉପରେ ମାଡିଗଲା କାର । ୩ ଜଣଙ୍କର ଚାଲିଗଲା ଜୀବନ । ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍ । ମୃତକଙ୍କ ମଧ୍ୟରେ ୨ ଜଣ ଏକ ଘରୋଇ କମ୍ପାନୀର କର୍ମଚାରୀ । ଅନ୍ୟ ଜଣେ ବରଗଡ଼ ସହରର ବ୍ୟବସାୟୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ବ୍ୟକ୍ତି ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗାଁର ଲୁସେନେରୀ ଦିସାରୀ , ଭୁବନେଶ୍ବରର ଜ୍ଞାନ ରଞ୍ଜନ ସାହୁ । ବରଗଡ଼ ସହରର ଯୁବ ବ୍ୟବସାୟୀ ୨୬ ବର୍ଷିୟ ସୌରଭ ଅଗ୍ରୱାଲ ମେ ମାସରେ ବିବାହ କରିଥିଲେ। ଗୁରୁତର ମହିଳା ହେଲେ ରିଜିକା ସେଠୀ । ବରଗଡ଼ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login