ଖରାପ ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଯୋଗୁ ଡାଇବେଟିସ୍ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ରୋଗ ପାଲଟି ଗଲାଣି । ତେବେ ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଲାଇଫ୍ଷ୍ଟାଇଲ୍, ଷ୍ଟେସ୍ ଏବଂ ଖାଇବା । ଏହିପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ବିକଶିତ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଡାଇବେଟିସ୍ରୁ ଦୂରେଇ ରହିବାକୁ କିମ୍ବା ଡାଇବେଟିସ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କର ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଡାଇବେଟିସ୍ ରୋଗୀଙ୍କ ପାଇଁ ଶାରୀରିକ ଭାବରେ ଆକ୍ଟିଭ ରହିବା ବହୁତ ଜରୁରୀ । ଲୋକମାନେ ଯେତେ ଅଧିକ ଆକ୍ଟିଭି ରହିବେ, ସେମାନଙ୍କ ମଧ୍ୟରେ ଡାଇବେଟିସ୍ ହେବାର ଆଶଙ୍କା ସେତେ କମ୍ ରହିବ । ଡାଇବେଟିସ୍ରେ, ଆପଣ ଯେତେ ଅଧିକ ଚାଲିବେ, ବ୍ଲଡ଼ ସୁଗାର ଲେବଲ ସେତେ ଶୀଘ୍ର କମ ହେବ । ଦ୍ରୁତ ଗତିରେ ଚାଲିବା ଦ୍ଵାରା ଶରୀରରେ କୋଷଗୁଡ଼ିକ ଦ୍ରୁତ ଗତିରେ କାମ କରନ୍ତି । ଚାଲିବା ଦ୍ୱାରା ସୁଗାର ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ ।
ଚାଲିବା ଦ୍ୱାରା ଶରୀରରେ ଇନସୁଲିନ୍ ଭଲ ଭାବରେ କାମ କରିବାରେ ସାହାଯ୍ୟ କରେ । ବ୍ଲଡ଼ ସୁଗାର ଲେବଲକୁ ପ୍ରଭାବିତ କରିପାରୁଥିବା ଚାପକୁ ଦୂର କରେ । ଏହା ସହିତ, ଡିପ୍ରେସନ ଏବଂ ଷ୍ଟ୍ରେସର ଲକ୍ଷଣଗୁଡ଼ିକ କମ ହୋଇଥାଏ । ଚାଲିବା ଦ୍ଵାରା କ୍ୟାଲୋରୀ କମ ହୁଏ ଏବଂ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ । ତେବେ ଚାଲିବାର ଗତି ବୃଦ୍ଧି କରିବା ଦ୍ଵାରା ଲାଭ ବୃଦ୍ଧି ପାଏ ।
ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ଚାଲନ୍ତୁ ୩୦ ମିନିଟ….

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...