ଭୁବନେଶ୍ୱର : ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକୁ ନିବେଦନ । ଟ୍ୱିଟ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ । ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ ପରେ ନିବେଦନ । ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ । ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି । ତେଣୁ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନରୁ ବିରତ ରହିବାକୁ ନିବେଦନ । ହୋଟେଲ ଗୁଡିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନର ଅନୁରୋଧ । ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ ।
Views: 61