ବାଙ୍ଗାଲୋର : କର୍ଣ୍ଣାଟକର କର୍ଲବୁର୍ଗୀ ର ନେଲୋଗି କ୍ରସ ନିକଟରେ ହୋଇଛି ଅଘଟଣ । ଏକ ଭ୍ୟାନ ପାର୍କିଂ ହୋଇଥିବା ଟ୍ରକ୍ ସହିତ ଧକ୍କା ହୋଇଛି ଯାହା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ବାଗଲକୋଟ ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡିଛି । ତେବେ ଆହତ ମାନଙ୍କୁ କାଲାବୁରାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ କାଲାବୁରାଗି ପୋଲିସ ଅଧୀକ୍ଷକ ଏ. ଶ୍ରୀନିବାସୁଲୁ ଘଟଣାର ତଦନ୍ତ କରି ନେଲୋଗି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି ।ଘଟଣାଟି ଆଜି ଭୋର ପ୍ରାୟ ୩.୩୦ଟାରେ କର୍ଲବୁର୍ଗୀ ଜିଲ୍ଲାର ନେଲୋଗି କ୍ରସ ନିକଟରେ ହୋଇଛି ।ଜଣାପଡ଼ିଛି ଯେ ଏକ ମ୍ୟାକ୍ସିକାବ୍ (ଟିଟି) ଏକ ପାର୍କିଂ ହୋଇଥିବା ଲରିର ପଛ ପାର୍ଶ୍ୱ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ।ସମସ୍ତ ମୃତକ ମୂଳତଃ ବାଗଲକୋଟ ଜିଲ୍ଲାର ବାସିନ୍ଦା । ସେ କର୍ଲବୁର୍ଗୀ ଖ୍ୱାଜା ବନ୍ଦେ ନୱାଜ୍ ଦରଗାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ।
Views: 38