ଭୁବନେଶ୍ୱର : ପଶ୍ଚିମାଝଡର ପ୍ରଭାବରେ ଟ୍ୱିନସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ । ରାଜଧାନୀ ଭୁବନେଶ୍ୱରରେ ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ୧୧ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ । ଖୋର୍ଦ୍ଧା, କଟକ, ଢେଙ୍କାନାଳ ,ପୁରୀ, ଯାଜପୁରରେ କୋହଲା ପାଗ । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବି ନାହିଁ ଶୀତର ପ୍ରକୋପ । ଆଉ ଦୁଇ ଦିନ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ କରାୟାଇଛି ।
କିଛି ଦିନ ହେଲେ ଶୀତରେ ବ୍ରେକ ଲଗାଇଛି ପଶ୍ଚିମାଝଡ । ଡିସେମ୍ବର ମାସ ଅଧା ହେବାକୁ ବସିଲାଣି ହାଡଭଙ୍ଗା ଶୀତ ଛାଡନ୍ତୁ ରାଜ୍ୟରେ ସାମାନ୍ୟ ଶୀତ ଅନୁଭୂତ ହେଉନି । ବଙ୍ଗୋପସାଗରରୁ ରାଜ୍ୟକୁ ବହୁଛି ଜଳୀୟବାସ୍ପ ପୂର୍ଣ୍ଣ ବାୟୁ । ଯାହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହୁଛି । କିନ୍ତୁ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟରେ କମିବ ତାପମାତ୍ରା ।
Views: 58











