ହାଇଦ୍ରାବାଦ : ଚାରମିନାର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ । ୬ ଆହତ ହୋଇଛନ୍ତି । ଘଟଣାଟି ସକାଳ ୯.୧୫ ମିନିଟରେ ଘଟିଛି । ହାଇଦ୍ରାବାଦ ନାମପଲ୍ଲୀ ଷ୍ଟେସନରେ ଟ୍ରେନ ଲାଇନଚ୍ୟୁତ । ଦୁର୍ଘଟଣା ପାଇଁ କିଛି ଟ୍ରେନର ଗତିପଥ ପରିବର୍ତ୍ତନ , କିଛି ବାତିଲ୍ ସୂଚନା ।
ସୂଚନା ମୁତାବକ, ରେଲୱେ ଷ୍ଟେସନର ଏକ ଟର୍ମିନାଲ ଷ୍ଟେସନରେ ଟ୍ରେନ ରହିବାର ଥିଲା । ଷ୍ଟେସନ ସରିବା ପୂର୍ବରୁ ଟ୍ରେନ ବ୍ରେକ ମାରିବା ଥିଲା । କିନ୍ତୁ ସଠିକ ସମୟରେ ବ୍ରେକ ନ ମାରିବାରୁ ଟ୍ରେନ ଆଗକୁ ଚାଲିଯାଇଥିଲା । ଏହି ଘଟଣା ପରେ ଟ୍ରେନର ୩ଟି ଡବା ଲାଇନଚ୍ୟୁତ ହୋଇଛି ।
Views: 67