ବାରିପଦା : ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ । ଜୁଗଳ ଷ୍ଟେସନ ନିକଟରେ ଧକ୍କା ଦେଲା ଶାଲିମାର-ପୁରୀ ଏକ୍ସପ୍ରେସ । ଲୋକମାନେ ଦନ୍ତାହାତୀ ଘଉଡାଇବା ବେଳେ ଘଟିଛି ଦୁର୍ଘଟଣା । ଟ୍ରେନ ଲାଇନ ପାର ହେବା ବେଳେ ଗଲା ହାତୀର ଜୀବନ । ଦୀର୍ଘ ଦିନ ଧରି ୨୦ ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଆସୁଥିଲେ । ଏକ ଗୋଠ ଛଡା ଦନ୍ତା ମଧ୍ୟ ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲା । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Views: 47











