ଭୁବନେଶ୍ବର : ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା । ସମୟ ଗଡିବା ସାଙ୍ଗକୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ବ ରହିଛି । ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନକୁ ବାତିଲ କରି ଦିଆଯାଇଛି । ଏହା ସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ନଜର ପକାନ୍ତୁ କେଉ କେଉଁ ଟ୍ରେନ ବାତିଲ ହୋଇଛି ।
ଗତିପଥ ବଦଳିଥିବା ଟ୍ରେନ: ସାନ୍ତ୍ରାଗାଚି-ଚେନ୍ନାଇ ଏକ୍ସପ୍ରେସ, ଦିଗା-ବିଶାଖାପାଟନମ୍ ଏକ୍ସପ୍ରେସ, ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ହାୱଡା- ମହୀଶୂର ଏକ୍ସପ୍ରେସ, ନୂଆଦିଲ୍ଲୀ -ପୁରୀ ପୁରୋଷୋତ୍ତମ୍ ଏକ୍ସପ୍ରେସ ଟାଟା, କେନ୍ଦୁଝର ରୋଡ ଦେଇ ଚଳାଚଳ କରିବ । ହୃଷି କେଶରୁ ହୃଷିକେଶ -ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟାଟା-କେନ୍ଦୁଝର ରୋଡ଼ ଦେଇ ଚାଲିବ । ପୁରୀରୁ ନନ୍ଦନକାନନ ଏକ୍ସପ୍ରେସ ଜାଖାପୁରା-ଜାରୋଲି ଦେଇ ଚାଲିବ । ଜଲେଶ୍ୱର-ପୁରୀ ସ୍ପେଶାଲ୍ ଜଳେଶ୍ୱର ପରିବର୍ତ୍ତେ ଭଦ୍ରକରୁ ଚାଲିବ ବୋଲି ସୂଚନା ମିଳିଛି।
ବାତିଲ ଟ୍ରେନ: ହାୱଡା ପୁରୀ ଏକ୍ସପ୍ରେସ, ହାୱଡା ସାଲିମାର ଟର୍ମିନାଲ୍ ଏକ୍ସପ୍ରେସ, ହାୱଡା-ଚେନ୍ନାଇ ଟ୍ରେନ, ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ସମ୍ବଲପୁର ଏକ୍ସପ୍ରେସମ୍ ସାନ୍ତ୍ରାଗାଚି- ପୁରୀ ଏକ୍ସପ୍ରେସ, ଦୁରୋନ୍ତ ଏକ୍ସପ୍ରେସ। ଭୁବନେଶ୍ୱର ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡାରୁ ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ । ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ଶାଲିମାର ଧଉଲି ଏକ୍ସପ୍ରେସ । ଶାଲିମାର ପୁରୀ ଧଉଳି ଏକ୍ସପ୍ରେସ। ପୁରୀ-ବାଙ୍ଗିରିପୋସି, ବାଙ୍ଗିରିପୋସି -ପୁରୀ ଏକ୍ସପ୍ରେସ, ପୁରୀ- ସାନ୍ତ୍ରାଗାଚି ସ୍ପେଶାଲ ଟ୍ରେନ, ଚେନ୍ନାଇରୁ ଚେନ୍ନାଇ- ଶାଲିମାର କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ଗୁଆହାଟି ଏକ୍ସପ୍ରେସ ବାତିଲ ।
ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନ ବାତିଲ, ଅନେକର ବଦଳିଲା ଗତିପଥ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











