The Ultimate Managed Hosting Platform
ADVERTISEMENT

ଟ୍ରାଙ୍କୁଲାଇଜ ହେଲା ଅସୁସ୍ଥ ଦନ୍ତା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକାରେ ଟ୍ରାଙ୍କୁଲାଇଜ ହେଲା ଅସୁସ୍ଥ ଦନ୍ତାହାତୀ । ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ । ଓୟୁଏଟି ଓ ନନ୍ଦନକାନନ ଟିମ ଦ୍ୱାରା ଚିକିତ୍ସା ଆରମ୍ଭ । ଚିକିତ୍ସାରୁ ଜଣାପଡିବ ବାମ ଗୋଡ ଫୁଲିବାର କାରଣ । ଗୁଳିମାଡ , ତୀରମାଡ ନା ସଂକ୍ରମଣ କାରଣ ସ୍ପଷ୍ଟ ହେବ । ଗତ ୩-୪ ଦିନ ହେଲା ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଛି ଦନ୍ତା ହାତୀ । କାଲି ରେସ୍କୁ୍ୟ ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ଚନ୍ଦକା ଏସିଏଫ ଓ ଚନ୍ଦକା ବନାଞ୍ଚଳ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଦୁଇ ଦିନ ହେବ ହାତୀକୁ ନୀରିକ୍ଷଣରେ ରଖିଛନ୍ତି । ଯଦି ଏହାକୁ ତୁରନ୍ତ ଚିକିତ୍ସା କରାନଯାଏ ତେବେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିପାରେ ବୋଲି ସନ୍ଦେହ କରୁଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login