ଆନନ୍ଦପୁର : ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ତେବେ ଭୁବନେଶ୍ବର ଚମ୍ପୁଆ ଅଭିମୁଖେ ଯାଉଥିବା ବେଳେ ଟ୍ରଲର ପଛପଟୁ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା । ଅଧିକ ତଥ୍ୟ ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି ।
Views: 51